ପଲ୍‌ ଏଚ୍‌. ଆପଲବାଏ ପୁରସ୍କାର ପାଇଁ ପୂର୍ବତନ ପୁଲିସ୍‌ ଡିଜି ଶରତ ଚନ୍ଦ୍ର ମିଶ୍ର ମନୋନୀତ

ଭୁବନେଶ୍ୱର : ପୂର୍ବତନ ପୋଲିସ୍‌ ମହାନିର୍ଦ୍ଦେଶକ, ସୁନାମଧନ୍ୟ ଲେଖକ, ସ୍ତମ୍ଭକାର ତଥା ଭାରତୀୟ ଲୋକ ପ୍ରଶାସନ ସଂସ୍ଥା (ଆଇ.ଆଇ.ପି.ଏ), ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ଶରତ ଚନ୍ଦ୍ର ମିଶ୍ର ଜାତୀୟ ସ୍ତରୀୟ ସମ୍ମାନଜନକ ପଲ୍ ଏଚ. ଆପଲବାଏ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ନୂଆଦିଲ୍ଲୀସ୍ଥିତ ଭାରତୀୟ ଲୋକ ପ୍ରଶାସନ ସଂସ୍ଥା (ଆଇ.ଆଇ.ପି.ଏ) ର ମୁଖ୍ୟ କାର୍ଯ୍ୟାଳୟ ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ପାଇବାରେ ଶ୍ରୀ ମିଶ୍ର ହେଉଛନ୍ତି ଦ୍ବିତୀୟ ଓଡ଼ିଆ। ତାଙ୍କ ପୂର୍ବରୁ ନଳିନୀକାନ୍ତ ପଣ୍ଡା ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ମିଶ୍ର ବର୍ତ୍ତମାନ ଡି.ଏ.ଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁର ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ରାଜ୍ୟର ବିଭିନ୍ନ ଡି.ଏ.ଭି ସ୍କୁଲର ପରିଚାଳନା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ମିଶ୍ରଙ୍କର ଏହି ସଫଳତାରେ ରାଜ୍ୟର ବୁଦ୍ଧିଜୀବୀ, ପ୍ରଶାସକ, ଶିକ୍ଷାବିତ୍ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।



from ରାଜ୍ୟ – Sambad https://ift.tt/35XfC0W

Post a Comment

0 Comments