‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା : ୧୯ରେ ବିତର୍କ, ସାରେଗାମା

ଭୁ‌ବନେଶ୍ୱର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଆସନ୍ତା ୧୯ ତାରିଖରେ ଜୋନ୍ ସ୍ତରୀୟ ଏବଂ ୨୭ ତାରିଖରେ ରାଜ୍ୟସ୍ତରୀୟ ସମ୍ବାଦ-କନକ ନ୍ୟୁଜ୍ ବିତର୍କ ଓ ସମ୍ବାଦ-ରେଡିଓ ଚକଲେଟ୍ ସାରେଗାମା ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। କେବଳ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏଥିପାଇଁ ପଞ୍ଜୀକରଣ ଜାରି ରହିଛି। ପ୍ରତିଯୋଗୀମାନେ http://competition.sambad.in/‌ ଲିଙ୍କ୍‌ରେ ୧୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ।

୧୯ ତାରିଖରେ ହେବାକୁ ଥିବା ଜୋନସ୍ତରୀୟ ପ୍ରତିଯୋଗିତାରେ ୯ଟି ଜୋନରୁ ପ୍ରତିଯୋଗୀମାନେ ଭାଗ‌ ନେବେ। ପ୍ରତି ଜୋନରୁ ମନୋନୀତ ୩ ଜଣ ଲେଖାଏଁ କୃତୀ ପ୍ରତିଯୋଗୀଙ୍କୁ ଚୂଡାନ୍ତ ପର୍ଯ୍ୟାୟରେ ଭାଗ ନେବାଲାଗି ସୁଯୋଗ ମିଳିବ। ଏଥିପାଇଁ ଜୋନସ୍ତରରେ ନିର୍ଦିଷ୍ଟ ହ୍ବାଟ୍ସଆପ୍ ନମ୍ବର ଦିଆଯିବ। ବିତର୍କ ପ୍ରତିଯୋଗୀମାନଙ୍କ ଲାଗି ବିଷୟବସ୍ତୁ ସେହିଦିନ ଜଣାଇ ଦିଆଯିବ। ସେମା‌ନେ ଉକ୍ତ ଦିନ ୧୧ଟାରେ ପଞ୍ଜୀକରଣ ନମ୍ବର ଦେଇ ନିର୍ଦିଷ୍ଟ ୱେବ୍ ଲିଙ୍କ ଖୋଲିପାରିବେ। ଏଥିରେ ବିଷୟବସ୍ତୁ ଦେଖିବା ପରେ ଓଡ଼ିଆରେ ନିଜ ଦ୍ବାରା ସର୍ବାଧିକ ୩ ମିନିଟ୍ ବକ୍ତୃତାର ଭିଡିଓ କ୍ଳିପ୍‌କୁ ରେକର୍ଡିଂ କରି ମଧ୍ୟାହ୍ନ ୧୨ଟା ସୁଦ୍ଧା ନିର୍ଧାରିତ ୱାଟ୍ସଆପ୍ ନମ୍ବରରେ ଅପ୍‌ଲୋଡ୍ କରିବେ।

ସେହିଭଳି ଲଘୁସଂଗୀତ ପ୍ରତିଯୋଗିତା ସାରେଗାମାର ପ୍ରତି‌‌ଯୋଗୀମାନେ ନିଜେ ଗାନ କରିଥିବା ଓଡ଼ିଆ/ହିନ୍ଦୀରେ ସର୍ବାଧିକ ଗୋଟିଏ ମୁଖଡ଼ା/ଗୋଟିଏ ଅନ୍ତରା କିମ୍ବା ସର୍ବାଧିକ ୩ ମିନିଟ୍ ଗୀତର ରେକର୍ଡିଂ କରି ଏହି ଭିଡିଓ କ୍ଲିପକୁ ଦିନ ୧୧ଟାରୁ ୧୧ଟା ୩୦ ମଧ୍ୟରେ ନିର୍ଧାରିତ ୱାଟ୍ସଆପ୍ ନମ୍ବରରେ ଅପଲୋଡ୍ କରିବେ। ପ୍ରତିଯୋଗୀମାନେ କୌଣସି ସଙ୍ଗୀତ ଆପ୍ ବ୍ୟବହାର କରିପାରିବେ ନାହିଁ। ଏହି ହ୍ବାଟ୍ସଆପ୍ ନମ୍ବର ଠିକ୍ ସମୟରେ ଜଣାଇ ଦିଆଯିବ। ଏଥିଲାଗି ନିୟମିତ ‘ସମ୍ବାଦ’ ପଢ଼ିବାକୁ ଅନୁରୋଧ।

ଭୁବନେଶ୍ବର ଜୋନ୍‌ରେ ଖୋର୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲା ରହିଥିବା ବେଳେ କଟକ ଜୋନ୍‌ରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା, ଅନୁଗୁଳ ଜୋନରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା, ଯାଜପୁର ଜୋନରେ ଯାଜପୁର ଓ କେନ୍ଦୁଝର ଜିଲ୍ଲା, ବାଲେଶ୍ବର ଜୋନରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା, ରାଉରକେଲା ଜୋନରେ ସୁନ୍ଦରଗଡ଼ ଜିଲ୍ଲା, ବ୍ରହ୍ମପୁର ଜୋନରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା, ଜୟପୁରର ଜୋନରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲା ତଥା ସମ୍ବଲପୁର ଜୋନରେ ସମ୍ବଲପୁର, ବଲାଙ୍ଗୀର, ଦେବଗଡ଼, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ରହିଛି।



from ରାଜ୍ୟ – Sambad https://ift.tt/2ZTSv3F

Post a Comment

0 Comments