ଗଛରୁ ଯୁବକଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର, ଦୀର୍ଘଦିନ ହେବ ନିରୁଦ୍ଦିଷ୍ଟ ଥିଲେ ମୃତକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ସଂରକ୍ଷିତ ଜଙ୍ଗଲରେ ଥିବା ଏକ ଗଛରେ ବେକରେ କପଡ଼ା ଲଗାଇ ଜଣେ ଯୁବକର ଗଳିତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ବିନିକା ଥାନା ଏସ୍ଆଇ ସୂର୍ଯ୍ୟକାନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ I
ମୃତ ବ୍ୟକ୍ତି ଜଣକ ବିନିକା ଥାନା ସରଗୁନା ଗ୍ରାମ ମଙ୍ଗୁଲୁ ଭୁଏ ( ୪୫)। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛିI

ସୂଚନାଯୋଗ୍ୟ, ପରିବାର ଲୋକଙ୍କ କହିବା ଅନୁସାରେ ମଙ୍ଗୁଲୁ ଦୀର୍ଘଦିନ ହେବ ନିରୁଦ୍ଦିଷ୍ଟ ଥିଲେ। କିଛି ଲୋକ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲା ସମୟରେ ଏକ ମୃତ ଦେହ ଝୁଲୁଥିବାର ଦେଖି ପରିବାରକୁ ଖବର ଦେଇଥିଲେ। ଏନେଇ ବିନିକା ଥାନାରେ ୧୯/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ମୃତ୍ୟୁର କାରଣ ଖୋଜୁଛି ବିନିକା ପୁଲିସ।



from ରାଜ୍ୟ – Sambad https://ift.tt/36c3gSQ

Post a Comment

0 Comments