ପୁଣି ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ମୋଟ ୫୧ ବିଧାୟକ ସଂକ୍ରମିତ

ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନ ହେବ। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ଏବେ ପୁଣି ୫ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ବିଧାୟକମାନେ ହେଲେ ବିକ୍ରମ ପଣ୍ଡା, ଅଙ୍ଗଦ କହଁର, ସରୋଜ ମେହେର, ଜୟନ୍ତ ଷଡଙ୍ଗୀ ଓ ଭୁଦାନ ମୁର୍ମୁ । ଗତକାଲି ୨୫ ବିଧାୟକଙ୍କ କୋଭିଡ ନମୁନା ପରୀକ୍ଷା ହୋଇଥିଲା
ପ୍ରଥମ ପର୍ଯ୍ୟାୟରେ ୨, ଦ୍ୱିତୀୟ ପର୍ଯ୍ୟାୟରେ୧୨ ବିଧାୟକ ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୫୧ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଗତକାଲି ୧୨ଜଣ ମନ୍ତ୍ରୀ ଓ ବିଧାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା।  ଏଥିସହ ବିଧାନସଭାରେ କାର୍ଯ୍ୟରତ ୩୬ ଜଣ ସଂକ୍ରମିତ ଆଜି ଚିହ୍ନଟ ହୋଇଥିବା ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜ୍ୟୋତି ପାଣିଗ୍ରାହୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ବିଧାୟକ ଅଶୋକ ବଳ, ବିଷ୍ଣୁବ୍ରତ ରାଉତରାୟ, ଭାଗିରଥୀ ସେଠୀ କରୋନା ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି। ସୁଶାନ୍ତ ବେହେରା, ଉମାକାନ୍ତ ସାମନ୍ତରାୟ, ନାଉରୀ ନାଏକ, ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକଙ୍କର ବି କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା।

image source–odishaassembly.nic.in

ଗତକାଲି ଶାସକ ଦଳର ୨ ବରିଷ୍ଠ ବିଧାୟକ ପ୍ରମିଳା ମଲ୍ଲିକ ଓ ଦେବୀପ୍ରସାଦ ମିଶ୍ର କରୋନା ପଜିଟିଭ ଥିବା ଜଣାପଡ଼ିଥିଲା।
ସେପଟେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ୬୦ ବର୍ଷରୁ ଉର୍ଦ୍ଧ ବିଧାୟକଙ୍କୁ ବିଧାନସଭା ଅଧିବେଶନରେ ଯୋଗ ଦେବାକୁ ବାରଣ କରାଯାଇଛି। ସେମାନେ ଚାହିଁଲେ ଜିଲ୍ଲା ସଦରମହକୁମାରେ ବସି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଧିବେଶନରେ ଅଂଶ ଗ୍ରହଣ କରିପାରିବେ ବୋଲି କୁହାଯାଇଛି ।



from ରାଜ୍ୟ – Sambad https://ift.tt/3iaqPh1

Post a Comment

0 Comments