‘ସମ୍ବାଦ’ ବାର୍ଷିକ ପ୍ରତିଯୋଗିତା : ଚୂଡ଼ାନ୍ତ ପର୍ଯ୍ୟାୟ ବିତର୍କ, ସାରେଗାମା ଆଜି

ଭୁ‌ବନେଶ୍ୱର : ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ଆସନ୍ତାକାଲି ୨୭ ତାରିଖ ରବିବାର ରାଜ୍ୟସ୍ତରୀୟ ବିତର୍କ ଏବଂ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ୯ଟି ଜୋନ୍‌ରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମ ତିନିଟି ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାଲାଗି ସୁ‌ଯୋଗ ମିଳିଛି। ସେମାନଙ୍କ ମଧ୍ୟରୁ ‌‌ଶ୍ରେଷ୍ଠ ୩ଜଣଙ୍କୁ ପୁରସ୍କୃତ କରାଯିବ।

‘ସମ୍ବାଦ’ର ଏହି ବାର୍ଷିକ ପ୍ରତିଯୋଗିତାରେ ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍‌କୁ ମଧ୍ୟ ସାମିଲ କରାଯାଇଛି। କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ପ୍ରଥମ ଥର ଲାଗି ଅନ୍‌ଲାଇନ୍‌ରେ କରାଯାଇଥିବା ଏହି ପ୍ରତି‌ଯୋଗିତାରେ ହଜାର ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବିତର୍କ, ସା‌େରଗାମା ଓ କୁଇଜ୍ ପ୍ରତିଯୋଗିତା ଅନ୍‌ଲାଇନ୍‌ରେ ହୋଇଥିବା ବେଳେ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ୍‌ରେ ଆୟୋଜିତ ହୋଇଥିଲା। ଚିତ୍ରାଙ୍କନ, ହସ୍ତାକ୍ଷର ଏବଂ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ତିନି ଜଣଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯିବ। ସବୁ ପ୍ରତିଯୋଗିତାର ଫଳାଫଳ ଖୁବଶୀଘ୍ର ପ୍ରକାଶ ପାଇବ।



from ରାଜ୍ୟ – Sambad https://ift.tt/3kTIsmS

Post a Comment

0 Comments