ହୀରାକୁଦ ଜଳଭଣ୍ଡାରର ୧୨ ଗେଟ୍‌ ଖୋଲା

ସମ୍ବଲପୁର : ଉପରମୁଣ୍ଡରୁ ଜଳପ୍ରବାହ ବୃଦ୍ଧି ପାଇବାରୁ ବୁଧବାର ବୁଧବାର ରାତି ୯ଟା ସୁଦ୍ଧା ହୀରାକୁଦର ୧୨ଟି ଗେଟ୍‌ ଖୋଲାଯାଇ ଜଳନିଷ୍କାସନ କରାଯାଉଛି। ଆଜି ସକାଳ ୬ଟା ସୁଦ୍ଧା ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲାଥିବା ସମୟରେ ସକାଳ ୭ଟା ବେଳକୁ ଆଉ ୪ଟି ଗେଟ୍‌ ଖୋଲାଯାଇଥିଲା। ଏହାପରେ ମଧ୍ୟ ଜଳପତ୍ତନ ବୃଦ୍ଧି ପାଇବାରୁ ଦିନ ଗୋଟାଏ ସମୟରେ ଆଉ ୩ଟି ଗେଟ୍‌ ଖୋଲିବାକୁ ନିର୍ଦେଶ ଦିଆଯାଇଥିଲା। ରାତି ୯ଟା ବେଳେ ଡ୍ୟାମର ବାମ ପାର୍ଶ୍ବର ୮ଟି ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍‌କୁ ମିଶାଇ ୧୨ଟି ଗେଟ୍‌ ଖୋଲା ରହିଥିଲା। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୧୫ ହଜାର ୪୫୭ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ସମୟରେ ଅନୁରୂପ ପରିମାଣର ପାଣି ନିଷ୍କାସିତ ହେଉଥିଲା। ଏହି ସମୟରେ ତଳମୁଣ୍ଡର ବେଲଗାଁଠାରେ ୨୯ ହଜାର କ୍ୟୁସେକ୍‌, ପଥର୍ଲା ଠାରେ ୭୬,୫୬୬ କ୍ୟୁସେକ୍‌, ଖଇରମାଳରେ ୨ ଲକ୍ଷ ୧୦ ହଜାର କ୍ୟୁସେକ୍‌, ବରମୂଳରେ ୧,୭୬,୩୭୫ କ୍ୟୁସେକ୍‌ ଓ ମୁଣ୍ଡଳିରେ ୮୦,୮୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।



from ରାଜ୍ୟ – Sambad https://ift.tt/3hWPdTa

Post a Comment

0 Comments