ଭାରସାମ୍ୟ ହରାଇ ୧୪ ଚକିଆ ଟ୍ରଲର ତଳେ ପଶିଗଲା ବାଇକ୍, ୨ ମୃତ

ରାୟଗଡ଼ା: ଭାରସାମ୍ୟ ହରାଇ ୧୪ ଚକିଆ ଟ୍ରଲର ତଳେ ପଶିଗଲା ବାଇକ। ଏହି ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଶାନ୍ତୁନୁ ମାଣ୍ଡାଙ୍ଗି ଓ ଶିବ ମାଣ୍ଡାଙ୍ଗି। ଉଭୟଙ୍କ ଘର କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନାର ଡୁମୁରି ପଦର ଗ୍ରାମରେ ବୋଲି ଜଣାଯାଇଛି।

ଗତକାଲି କୌଣସି କାମରେ ଉଭୟେ ରାୟଗଡ଼ା ଆସି ବାଇକ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଚକା ତଳେ ଚାପି ହୋଇ ଉଭୟଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ରାୟଗଡ଼ା ପୁଲିସ ସୂଚନା ଦେଇଛି। ଉଭୟଙ୍କ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।



from ରାଜ୍ୟ – Sambad https://ift.tt/3j06Key

Post a Comment

0 Comments