‘ସମ୍ବାଦ’ର ବାର୍ଷିକ ପ୍ରତିଯୋଗିତା ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ

ଭୁବନେଶ୍ୱର : ‘ସମ୍ବାଦ’ର ୩୭ତମ ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସମ୍ବାଦ ଏବଂ ଆମ ଓଡ଼ିଶା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତି‌େଯାଗିତା ଆୟୋଜିତ ହେବାକୁ ଯାଉଛି। ତେବେ କରୋନା ମହାମାରୀରଜନିତ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟି‌େର ରଖି ଏଥର ପ୍ରତିଯୋଗିତା (ଚିତ୍ରାଙ୍କନ, ହସ୍ତାକ୍ଷର, କୁଇଜ୍, ବିତର୍କ ଏବଂ ସାରେଗାମା) ଗୁଡ଼ିକୁ ଯଥାସମ୍ଭବ ଅନ୍‌ଲାଇନ୍‌ରେ  କରିବାକୁ ପଦକ୍ଷେପ ନିଆଯାଉଛି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପଞ୍ଜୀକରଣ କରିପାରିବେ। ଏଥିପାଇଁ https://ift.tt/3brB7ry କୁ ଯାଇ ସଠିକ୍ ତଥ୍ୟ ଦେଇ ନିଜର ନାମ ପଞ୍ଜୀକରଣ କରିବେ। ଆସନ୍ତା ୧୦ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ ଶେଷ ସମୟ ଧାର୍ଯ୍ୟ କରାଯାଇଛି। ଏସଂପର୍କରେ ଅଧିକ ତଥ୍ୟ ପାଇଁ ନିୟମିତ ସମ୍ବାଦ ପଢ଼ିବାକୁ କୁହାଯାଇଛି।



from ରାଜ୍ୟ – Sambad https://ift.tt/3h1nJLI

Post a Comment

0 Comments