ଜମିଜମା ବିବାଦକୁ ନେଇ କଟକର ସେଲ୍ଟର ଛକରେ ମହିଳାମାନଙ୍କ ରାସ୍ତାରୋକ

କଟକ: ଜମିଜମା ବିବାଦକୁ ନେଇ କଟକର ସେଲ୍ଟର ଛକରେ ମହିଳାମାନେ ରାସ୍ତାରୋକ କରିଥିବାର ଖବର ମିଳିଛି। ଏକ ସଂଗଠନର ଜମି ବିବାଦକୁ ନେଇ ଗତକାଲି ରାତିରେ ସେହି ଅଞ୍ଚଳର କିଛି ଯୁବକଙ୍କୁ ପୁଲିସ ଉଠାଇ ନେଇଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତି। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ବିଡ଼ାନାସୀ ଥାନା ପୁଲିସ ଉକ୍ତ ଜମି ମାଫିଆଙ୍କ ହାତବାରିସି ସାଜି ଏଭଳି କାଣ୍ଡ ଭିଆଇଛି।

ସେମାନେ ଉକ୍ତ ଜମିରେ ଗତ ୫୦ ବର୍ଷ ହେବ ରହୁଛନ୍ତି। ପୁଲିସର ଏଭଳି ଅମାନବୀୟ କାଣ୍ଡ ପ୍ରତିବାଦରେ କଟକର ସେଲ୍ଟର ଛକରେ ଶତାଧିକ ମହିଳା ରାସ୍ତାରୋକ କରିଛନ୍ତି।



from ରାଜ୍ୟ – Sambad https://ift.tt/36bG5YB

Post a Comment

0 Comments