କରୋନା ସଂକ୍ରମଣ ସମୟରେ ନିଆରା ଢଙ୍ଗରେ ଓଡ଼ିଶାରେ ପାଳିତ ହେଉଛି ଗଣେଶ ପୂଜା

ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ। ସମଗ୍ର ଦେଶରେ ଏହା ଗଣେଶଙ୍କ ପୂଜା ପାଳିତ ହୋଇଥାଏ। ହେଲେ ଏ ବର୍ଷ କରୋନା ସଂକ୍ରମଣକୁ ଆଖିରେ ରଖି ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହେଉନାହିଁ। ନିଜ ଘରେ କେବଳ ଲୋକମାନେ ଗଣେଶ ପୂଜା ପାଳନ କରୁଥିବା ଜଣାଯାଇଛି। ଏହି କାରଣରୁ ଓଡ଼ିଶାରେ ଗଣେଶ ପୂଜାର ମାହୋଲ୍ ସଂପୂର୍ଣ୍ଣ ଭିନ୍ନ ଥିବା ନଜରକୁ ଆସୁଛି। ଆଜି ସକାଳୁ ଗଣେଶ ପୂଜା ଆରମ୍ଭ ହୋଇଗଲାଣି।

ଏପରିକି ସ୍କୁଲ ଓ କଲେଜରେ ପାଳିତ ହେଉ ନାହିଁ ଗଣେଶ ପୂଜା । ଅଗଷ୍ଟ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଛି। ଛାତ୍ରଛାତ୍ରୀ ଏବେ ସ୍କୁଲ ଆସିବାର କୌଣସି ଆବଶ୍ୟକତା ନାହିଁ। ସେମାନେ ଘରେ ରହି ବିଘ୍ନବିନାଶକ ଗଣେଶଙ୍କ ପୂଜାର୍ଚ୍ଚନା କରିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ଏହି କାରଣରୁ ଛାତ୍ରଛାତ୍ରୀମାନଙ୍କ ମନରେ ସରସତା ନ ଥିବା କୁହାଯାଉଛି।
ଏଣେ ବିଭିନ୍ନ କ୍ଲବର ସଦସ୍ୟମାନେ ବି ଏଥର ଗଣେଶଙ୍କ ପୂଜାର୍ଚ୍ଚନା କରୁ ନଥିବା ଦେଖିବାକୁ ମିଳୁଛି। ସକାଳୁ କୌଣସି ଜାଗାରେ ମାଇକର ଗୀତ ଶୁଭୁନି କି ବାହାରେ କୋଳାହଳ ନାହିଁ। ଠିକ୍ ସେହିପରି ଯେଉଁମାନେ ମନ୍ଦିରେ ଗଣେଶଙ୍କ ପୂଜାର୍ଚ୍ଚନା କରିପାରିବେ ବୋଲି ଭାବୁଥିଲେ, ସେମାନଙ୍କ ପାଇଁ ବି ସେହି ସୁଯୋଗ ନାହିଁ। କାରଣ ଏବେ ବି ମନ୍ଦିର ସବୁ ଓଡ଼ିଶାରେ ବନ୍ଦ ରହିଛି। ମୋଟାମୋଟି ଭାବେ ଚଳିତ ଥର ଗଣେଶଙ୍କ ପୂଜା ଏକଦମ ନିଆରା ଢଙ୍ଗରେ କରାଯାଉଛି।



from ରାଜ୍ୟ – Sambad https://ift.tt/3j488MV

Post a Comment

0 Comments