
ଭୁବନେଶ୍ବର : ୭୪ ତମ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତାକାଲି ପୁରୀ ଯିବେନି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେହିପରି ଗଞ୍ଜାମ ଜିଲ୍ଲାରେ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତୋଳନ କରିବାକୁ ଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି। ଦୁଇ ଦିନ ତଳେ ଉଭୟ ମନ୍ତ୍ରୀ ଯୋଗ ଦେଇଥିବା ଗୋଟିଏ ବୈଠକରେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ପ୍ରତିକାର ସ୍ବରୂପ ଏପରି ନିଷ୍ପତ୍ତି ନିଆଯାଇଛି। ଉଭୟ ମନ୍ତ୍ରୀଙ୍କୁ କ୍ବାରାଣ୍ଟିନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ସ୍ଥାନରେ ଆସନ୍ତାକାଲି ପୁରୀ ଓ ଗଞ୍ଜାମରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଜାତୀୟ ପତାକା ଉତ୍ତୋଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତଥ୍ୟ ନେବାରେ ଜଣାପଡ଼ିଛି, ଗତ ୧୨ ତାରିଖ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସୋନପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ଉଭୟ ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଶ୍ରୀ ବେହେରା ସାମିଲ ହୋଇଥିଲେ। ଏହି ବୈଠକ ବେଳେ ମନ୍ତ୍ରୀମାନଙ୍କ ସହାୟତା ପାଇଁ ନିୟୋଜିତ କର୍ମଚାରୀଙ୍କ ଭିତରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
from ରାଜ୍ୟ – Sambad https://ift.tt/30VceAF
0 Comments