ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮ ହଜାର ୩୩୮ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାରେ ଗତ ତିନି ଦିନ ହେବ ଗୋଟିଏ ଦିନରେ କରୋନା ଟେଷ୍ଟ ୬୦ ହଜାର ଟପିଥିଲା । ହେଲେ ଗତ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ନମୁନା ପରୀକ୍ଷା ଟିକେ କମିଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮ ହଜାର ୩୩୮ କରୋନା ନମୁନା ପରୀକ୍ଷା ହୋଇଛି। ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ତାଙ୍କର ସୂଚନା ଅନୁଯାୟୀ,  ଆରଟିପିସିଆରରେ ୭,୮୧୩ଟି, ଆଣ୍ଟିଜେନରେ ୫୦,୪୪୯ ଏବଂ ଟ୍ରୁନଟରେ ୭୬ଟି କରୋନା ପରୀକ୍ଷା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୮୦୮୭ କରୋନା ନମୁନା ପରୀକ୍ଷା ହୋଇଛି। ତା’ତଳକୁ ମୟୂରଭଞ୍ଜ ଜିଲ୍ଲାରେ ୭୯୧୫ ଓ ଗଞ୍ଜାମ ଜିଲ୍ଲାରେ ୭୬୨୪ କରୋନା ନମୁନା ପରୀକ୍ଷା ହୋଇଥିବାର ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, କରୋନା ନମୁନା ପରୀକ୍ଷା କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ଇତିମଧ୍ୟରେ ୧୩ଲକ୍ଷ ଟପିଯାଇଛି। ଲଗାତାର କିଛି ଦିନ ଧରି ରାଜ୍ୟରେ ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା ହେବା ଫଳରେ ଏହା ସମ୍ଭବପର ହୋଇଛି।
କେବଳ ନମୁନା ପରୀକ୍ଷାରେ ବୃଦ୍ଧି ନୁହେଁ, ଦୈନିକ ଟେଷ୍ଟ ପଜିଟିଭ୍ ରେଟ୍‌ (ଟିପିଆର) ୫ରୁ ତଳକୁ ଖସି ଆସିଛି। କରୋନା ଲଢ଼େଇରେ ଏହା ରାଜ୍ୟ ପାଇଁ ଏକ ଉତ୍ସାହଜନକ ଖବର।
ଏଣେ ରାଜ୍ୟର ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ରାଜ୍ୟର କେତେକ ଜିଲ୍ଲାରେ ଏ ପର୍ଯ୍ୟନ୍ତ ହଜାରେରୁ ଅଧିକ ରୋଗୀ ଚିହ୍ନଟ ହୋଇ ସାରିଲେଣି।



from ରାଜ୍ୟ – Sambad https://ift.tt/3gsZ3LZ

Post a Comment

0 Comments