ମୁଣ୍ଡୁଳୀରେ ବିପଦ ସଂକେତ ଉପରେ ବନ୍ୟାଜଳ

ବାରଙ୍ଗ : ମହାନଦୀରେ ବଡ଼ଧରଣର ବନ୍ୟା ଆସୁଛି। ମୁଣ୍ଡୁଳୀ ଆନିକଟ ସୂଚାଙ୍କ ଅନୁସାରେ ଏବେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସା‌ରେ, ସକାଳୁ ହୀରାକୁଦ ଜଳଭଣ୍ଡାରର ପାଣି ପହଞ୍ଚିବା ପରେ ମୁଣ୍ତୁଳୀ ଉପରମୁଣ୍ଡର ଜଳସ୍ତର ବଢ଼ିବାରେ ଲାଗିଥିଲା। ବଡ଼ ବଡ଼ ଗଛ ସବୁ ନଦୀରେ ଭାସି ଆସୁଥିବା ଦେଖିବାକୁ ମିଳିଥିଲା।

ସନ୍ଧ୍ୟା ୭ଟାରେ ୯ଲକ୍ଷ ୪୮ ହଜାର କ୍ୟୁସେକ ଜଳ ପହଞ୍ଚିଥିଲା। ରାତି ୧୧ଟା ବେଳକୁ ଏହା ବୃଦ୍ଧି ପାଇ ୯ଲକ୍ଷ ୫୬ ହଜାର କ୍ୟୁସେକ ହୋଇଥିଲା।

ସୂଚନାଯୋଗ୍ୟ ଯେ ଉପରମୁଣ୍ଡରେ ବିପଦ ସଙ୍କେତ ୯୭.୨୫ ଫୁଟ୍‌ ଥିବାବେଳେ ତଳ ମୁଣ୍ଡର ବିପଦ ସଙ୍କେତ ୯୫.୦ ଫୁଟ୍‌ ରହିଛି।

ଅପରପକ୍ଷରେ ଆନିକଟ ଓ ବନ୍ଧର ଉଭୟ ପାର୍ଶ୍ବରେ ବନ୍ୟା ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ହୋଇଥିଲା। ସନ୍ଧ୍ୟାରେ ବାରଙ୍ଗ ପୁଲିସ ପିସିଆର ଭ୍ୟାନ୍‌ ପହଞ୍ଚି ଭିଡ଼ ହଟାଇବା ଲାଗି ଲୋକଙ୍କୁ ଗୋଡ଼େଇ ପିଟିଥିଲା। ମାତ୍ର ଲୋକଙ୍କୁ ହଟାଇ ନପାରି ଚାଲିଯାଇଥିଲା।



from ରାଜ୍ୟ – Sambad https://ift.tt/2ERryWg

Post a Comment

0 Comments