ଜେଇଇ ପରୀକ୍ଷାର୍ଥୀଙ୍କୁ ସହାୟତା ଯୋଗାଇ ଦେବ ଓଡ଼ିଶା ମୋ ପରିବାର

ଭୁବନେଶ୍ବର: ଜେଇଇ-ମେନ୍ ପରୀକ୍ଷା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତେବେ ବନ୍ୟା ପରିସ୍ଥିତି ଓ କରୋନା ମହାମାରୀ ଯୋଗୁଁ ପ୍ରାର୍ଥୀମାନେ ଯେପରି ପରୀକ୍ଷାସ୍ଥଳରେ ପହଞ୍ଚିବାରେ ସମସ୍ୟା ନହୁଏ, ତାହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ ‌ଓଡ଼ିଶା ମୋ ପରିବାର ମଧ୍ୟ ସହଯୋଗ ଯୋଗାଇ ଦେବାକୁ ଆଗେଇ ଆସିଛି। ଛାତ୍ର, ପ୍ରଶାସନ, ନୋଡାଲ ଅଧିକାରୀଙ୍କ ସହ ଯୋଗସୂତ୍ର ସ୍ଥାପନ ସହ ସୁବ୍ୟବସ୍ଥିତ କରିବାକୁ ଓଡ଼ିଶା ମୋ ପରିବାର ପଦକ୍ଷେପ ନେଇଛି। ସମସ୍ତ ପରୀକ୍ଷାର୍ଥୀ ଯେପରି ପରୀକ୍ଷାସ୍ଥଳରେ ପହଞ୍ଚିବାରେ କୌଣସି ସମସ୍ୟା ନହେବ, ସେନେଇ ସମସ୍ତ ସହାୟତା ‌ଯୋଗାଇ ଦିଆଯିବ ବୋଲି ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି।

ଏନେଇ ସମସ୍ତ ଜିଲ୍ଲାରେ ଓଡ଼ିଶା ମୋ ପରିବାରର ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରୁଛନ୍ତି। ନିର୍ଦିଷ୍ଟ ପରୀକ୍ଷାସ୍ଥଳକୁ ଯାଉଥିବା ଜେଇଇ ପ୍ରାର୍ଥୀଙ୍କ ଯାତାୟାତ ଜନିତ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏଥିସହ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ନିକଟରେ ଓଡ଼ିଶା ମୋ ପରିବାରର ହେଲ୍ପ-ଡେସ୍କ ରହିବ। ସେଠାରେ ସ୍ବେଚ୍ଛାସେବୀମାନେ ସକାଳ ୭ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ସମସ୍ତ ସହଯୋଗ ଯୋଗାଇଦେବେ। ପରୀକ୍ଷା କେନ୍ଦ୍ର ନିକଟରେ ପ୍ରାର୍ଥୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଲାଗି ସାନିଟାଇଜର୍‌, ପାଣି ବୋତଲ, ବିସ୍କୁଟ ଉପଲବ୍ଧ କରାଯିବ। ଆବଶ୍ୟକସ୍ଥଳେ ସହାୟତା ପାଇଁ ଛାତ୍ରଛାତ୍ରୀ ‌ଓଡ଼ିଶା ମୋ ପରିବାରର ପ୍ରତିନିଧିମାନଙ୍କୁ ଯୋଗଯୋଗ କରିପାରିବେ।



from ରାଜ୍ୟ – Sambad https://ift.tt/3bbyUjD

Post a Comment

0 Comments