ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ,ହତ୍ୟା ସନ୍ଦେହ; କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ରାସ୍ତାରୋକ

ରାହାମା/ତିର୍ତୋଲ : ସ୍ବାଧୀନତା ଦିବସ ପାଳନ ଖୁସିରେ ସମସ୍ତେ ମସଗୁଲ ଥିବାବେଳେ ଜଗତ୍‌ସିଂହପୁର ତିର୍ତୋଲ ଥାନା ଅର୍ନ୍ତଗତ ତୁଳଙ୍ଗ ପଂଚାୟତର ତୁଳଙ୍ଗ ଗ୍ରାମର ୨ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଏଣେ ଦୁଇ ଛାତ୍ରଙ୍କୁ ଯୋଜନାବଦ୍ଧ ହତ୍ୟା ସନ୍ଦେହରେ ତୁଳଙ୍ଗରେ ତୀବ୍ର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ରାସ୍ତାରୋକ କରାଯାଇଥିଲା। ଗ୍ରାମବାସୀ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି।

ଗତକାଲି ତୁଳଙ୍ଗ ଗ୍ରାମର ନବମ ଶ୍ରେଣୀରେ ପଢୁଥିବା ଦୁଇ ଛାତ୍ର ଦିଲୀପ ବିଶ୍ବାଳଙ୍କ ପୁଅ ପ୍ରତ୍ୟୁଷ (୧୪) ଓ ତନ୍ମୟ ବିଶ୍ବାଳଙ୍କ ପୁଅ ଆୟୁଷ (୧୪) ପ୍ରତିଦିନ ପରି ସକାଳ ୭ ଟାରେ ଟ୍ୟୁସନ ହେବା ପାଇଁ ଖୁନ୍ଦଳ ଗ୍ରାମକୁ ଆସିଥିଲେ। ଶିକ୍ଷକ ବିକାଶ କୁମାର ପରିଡ଼ାଙ୍କ ପାଖରେ ଟ୍ୟୁସନ୍‌ ପଢ଼ୁଥିଲେ। କିନ୍ତୁ ଘରକୁ ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ଖୋଜାଖୋଜି କରିଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଦୁହିଁଙ୍କୁ ଇବ୍ରିସିଂ ପଂଚାୟତର ଖୁନ୍ଦଳ ଗ୍ରାମସ୍ଥିତ ଏକ କେନାଲ ନିକଟ ପୋଖରୀରୁ ସଂଜ୍ଞାହୀନ ଅବସ୍ଥାରେ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଥିଲେ। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚାଇଥିଲେ। ଉଭୟଙ୍କୁ ଏରସମା ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନଥିବାରୁ ସେମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ କୌଣସି ସୁଫଳ ମିଳି ନ ଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ସମୟରେ ସେମାନଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଉଭୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଗ୍ରାମବାସୀ ନରୁଆ ଛକରେ ଶବ ରଖି ରାସ୍ତାରୋକ ଆନ୍ଦୋଳନ ଆରମ୍ଭ କରିଥିଲେ। ପୁଲିସ୍‌ର ତଦନ୍ତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।



from ରାଜ୍ୟ – Sambad https://ift.tt/2E3vVgJ

Post a Comment

0 Comments