‘କଥା’ ନବପ୍ରତିିଭା ପ୍ରତିଯୋଗିତା ଫଳାଫଳ ଘୋଷିତ

ଭୁବନେଶ୍ୱର : ‘କଥା’ ଆୟୋଜିତ ‘ନବପ୍ରତିଭା ପ୍ରତିଯୋଗିତା-୨୦୨୦’ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ତିନି ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧୢରୁ ୧୦ ଜଣ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହି ନବପ୍ରତିଭା ଓ ତାଙ୍କର ଗଳ୍ପଗୁଡ଼ିକ ହେଲା ମୃତ୍ୟୁଞ୍ଜୟ ବିଶ୍ବାଳ (ବାଟର ବେଦନା), ପଦ୍ମନାଭ ନାଏକ (ଅଭିସାରିକାର ସ୍ବପ୍ନ), ଶୋଭାକର ପ୍ରଧାନ (ଅଦୃଷ୍ଟ ଅନୁରାଗ), ଅଳଙ୍କାର ଆଚାର୍ଯ୍ୟ (ଅସୂର୍ଯ୍ୟପଶ୍ୟା), ଶୁଭମ ନାଏକ (ବୁଢ଼ାବଳଙ୍ଗର ମାଝୀ), ସ୍ମୃତିରଂଜନ ସେଠୀ (ଛତା ତଳର ବର୍ଷା), ମିତାଲି ମଧୁସ୍ମିତା ଜେନା (ବିସ୍ଥାପିତର ବ୍ୟଥା), ଚନ୍ଦ୍ରକାନ୍ତି ପ୍ରଧାନ (ଅପରିଚିତା), ବିଜୟଲକ୍ଷ୍ମୀ ନାୟକ (ଦରଭିଜା ଡାଏରୀ) ଏବ˚ ରାଧାକାନ୍ତ ଦାଶ (ନିର୍ବାକ୍‌ର ଦାବି)। ତିନି ବିଶିଷ୍ଟ କଥାକାର ସହଦେବ ସାହୁ, ପରେଶ କୁମାର ପଟ୍ଟନାୟକ ଏବ˚ ହିରଣ୍ମୟୀ ମିଶ୍ର ଚଳିତ ବର୍ଷ ବିଚାରକ ଭାବେ ଯୋଗଦେଇ ଗଳ୍ପଗୁଡ଼ିକ ଚୟନ କରିଥିଲେ। ପୁରସ୍କୃତ ପ୍ରତିଭାମାନଙ୍କ ଗଳ୍ପଗୁଡ଼ିକୁ ନେଇ ଆସନ୍ତା ଅକ୍‌ଟୋବର ମାସରେ ‘କଥା’ର ନବପ୍ରତିଭା ବିଶେଷାଙ୍କ ପ୍ରକାଶ ପାଇବ। ଏହାଛଡ଼ା ପ୍ରତ୍ୟେକଙ୍କୁ ପ୍ରମାଣପତ୍ର ସହିତ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ‘କଥା’ର ସମ୍ପାଦକ ଜଣାଇଛନ୍ତି।



from ରାଜ୍ୟ – Sambad https://ift.tt/2Z8N8x9

Post a Comment

0 Comments