ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌ : ଓଡ଼ିଶାରେ ୬ଟି ନୂଆ ମେଡିକାଲ କଲେଜର ନିର୍ମାଣ କାମ ଚାଲୁଅଛି

ଭୁବନେଶ୍ୱର : ଓଡ଼ିଶା ସମେତ ଦେଶରେ ବିଶ୍ୱମାନର ଚିକିତ୍ସା ସୁବିଧାର ଭିତ୍ତିଭୂମି ଉପରେ ମୋଦୀ ସରକାର ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ବିଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ୬ଟି ମେଡିକାଲ କଲେଜ ସମେତ ସାରା ଦେଶରେ ୧୫୦ଟି ନୂଆ ମେଡିକାଲ୍ କଲେଜ ନିର୍ମାଣ କରିବାର କାମ ଆରମ୍ଭ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁଲଭ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ମୋଦୀ ସରକାର ଭାରତକୁ ଆୟୁଷ୍ମାନ କରିବା ପାଇଁ ବଜେଟରେ ପ୍ରତି ବର୍ଷ ଅଧିକ ଅର୍ଥ ବ୍ୟୟବରାଦ କରୁଛନ୍ତି। ଚଳିତ ଦଶନ୍ଧି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସର୍ବାଧିକ ବଜେଟ୍‌ ବ୍ୟୟବରାଦ ମୋଦୀ ସରକାରଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି ଥିବା ପ୍ରାଥମିକତାକୁ ଦର୍ଶାଉଛି। ମୋଦୀ ସରକାର ରୋଗ ପ୍ରତିରୋଧକ ଓ କମ୍ ମୂଲ୍ୟର ସ୍ୱାସ୍ଥ୍ୟସେବା ସମେତ ଅନେକ କ୍ଷେତ୍ର ପ୍ରତି ଆଭିମୁଖ୍ୟ ଗ୍ରହଣ କରି ସ୍ୱାସ୍ଥ୍ୟସେବା ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା(ପିଏମ୍‌ବିଜେପି) କମ୍ ମୂଲ୍ୟରେ ଜେନେରିକ୍ ଔଷଧ ଯୋଗାଇ ସ୍ୱାସ୍ଥ୍ୟସେବାର ମୂଲ୍ୟକୁ ହ୍ରାସ କରିପାରିଛି। ଦେଶରେ ୫୦୦୦ ଜନ ଔଷଧୀ କେନ୍ଦ୍ର ଗୁଡ଼ିକରେ ୮୦୦ରୁ ଉର୍ଦ୍ଧ୍ୱ ପ୍ରକାରର ଜେନେରିକ୍ ଔଷଧ ଉପଲବ୍ଧ ଥିବାବେଳେ ଓଡ଼ିଶାର ଥିବା ଏହି ୧୯୮ କେନ୍ଦ୍ର ଦ୍ୱାରା ଲକ୍ଷାଧିକ ଗରିବ ଲୋକ ଉପକୃତ ହୋଇପାରିଛନ୍ତି। ଏହାସହ ଗରିବଙ୍କ ପାଇଁ ଷ୍ଟେଣ୍ଟ୍ ପରି ମେଡିକାଲ ଉପକରଣ ଗୁଡ଼ିକର ମୂଲ୍ୟକୁ ନିର୍ଦ୍ଧାରଣ କରାଯାଇଛି। ମିସନ୍ ଇନ୍ଦ୍ରଧନୁଷ ମାଧ୍ୟମରେ ସାରା ଦେଶର ୫୨୮ ଜିଲ୍ଲାର ୩.୧୫ କୋଟିରୁ ଉର୍ଦ୍ଧ୍ୱ ଶିଶୁ ଏବଂ ୮୦ ଲକ୍ଷ ଗର୍ଭବତୀ ମହିଳାଙ୍କ ଟିକାକରଣକୁ ସୁନିଶ୍ଚିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୫.୧୮ ଲକ୍ଷରୁ ଉର୍ଦ୍ଧ୍ୱ ଶିଶୁ ଏବଂ ୧.୪୪ ଲକ୍ଷ ଗର୍ଭବତୀ ମହିଳାଙ୍କ ଟିକାକରଣ କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ଆଗେଇ ନେବା ପାଇଁ ମୋଦୀ ସରକାର ପ୍ରତି ରାଜ୍ୟରେ ଏମ୍‌ସ୍‌ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ କରୁଛନ୍ତି। କୋଭିଡ-୧୯ ମୋଦୀ ସରକାରଙ୍କ ନିରନ୍ତର ସ୍ୱାସ୍ଥ୍ୟସେବା ସୁବିଧାକୁ ଅଧିକ ଉନ୍ନତ କରିବା ପାଇଁ ସହାୟକ ହୋଇଛି। କରୋନା ଭୂତାଣୁର ପ୍ରାରମ୍ଭରେ ଦେଶରେ ଗୋଟିଏ କୋଭିଡ୍ ପରୀକ୍ଷଣ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ୧୫୦୦ଟି ଲ୍ୟାବ୍ ସ୍ଥାପନ କରାଯାଇ ଦୈନିକ ୧୦ ଲକ୍ଷ ପରୀକ୍ଷା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଦେଶକୁ ଏକାଠି କରି ଏହାକୁ ଜନକୈନ୍ଦ୍ରିକ କରିପାରିଛନ୍ତି। ଏହି ଉଦ୍ୟମରେ ‘ଯୋଗ’ ବିଶ୍ୱବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ପାରମ୍ପରିକ ‘ଆୟୁର୍ବେଦ ପ୍ରଣାଳୀ’ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ତଥା କରୋନା ରୋଗୀ ସୁସ୍ଥ ହେବା ପରେ ସହାୟକ ହୋଇଛି। ଯେତେବେଳେ ଅନେକ ଦେଶ ଏକା ସାଙ୍ଗରେ “ଟିକା ଜାତୀୟତାବାଦ”ର ପ୍ରଚାର କରୁଛନ୍ତି, ସେ‌େତବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ “ବସୁଧୈବ କୁଟୁମ୍ବକମ୍‌”ର ଅନୁସରଣ କରି ପଡ଼ୋଶୀ ରାଷ୍ଟ୍ର ସମେତ ଅନ୍ୟାନ୍ୟ ଦେଶକୁ ଔଷଧ ଓ କିଟ୍ ଯୋଗାଇ ମହାମାରୀ ବିରୋଧୀ ଲଢ଼େଇରେ ସାହାଯ୍ୟ କରିପାରିଛି।



from ରାଜ୍ୟ – Sambad https://ift.tt/31mIsF9

Post a Comment

0 Comments