୪ ମାସ ହେଲା କଳାହାଣ୍ଡି ଜିଲ୍ଲାରେ ୭ ହୋମିଓପ୍ୟାଥିକ ଚିକିତ୍ସାଳୟ ବନ୍ଦ, ବହୁ ଅସୁବିଧା ଭୋଗୁଛନ୍ତି ଗ୍ରାମାଞ୍ଚଳର ଲୋକେ

କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ଥିବା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟର ୭ ଡାକ୍ତର ପ୍ରଥମେ ଜିଲ୍ଲାରେ ଓ ଏବେ ଗଞ୍ଜାମକୁ କୋଭିଡ୍‌ କାର୍ଯ୍ୟ କରିବା ପାଇଁ ଯାଇଛନ୍ତି। ଫଳରେ ଗତ ୪ ମାସ ହେଲା ଏହି ୭ଟି ଚିକିତ୍ସାଳୟ ବନ୍ଦ ପଡ଼ିଛି ଏବଂ ଗ୍ରାମାଞ୍ଚଳର ଲୋକେ ବହୁ ଅସୁବିଧା ଭୋଗୁଛନ୍ତି। ପ୍ରକାଶ ଯେ, ଜିଲ୍ଲାରେ ୧୦ ହୋମିଓପ୍ୟାଥିକ ଡାକ୍ତର ରହିଛନ୍ତି। ଏମାନଙ୍କ ମଧ୍ୟରୁ ୭ ଜଣ ଗଞ୍ଜାମ ଯିବା ପରେ ବାଲସୀ, କଶ୍ରୁପଡ଼ା, ଉତ୍କେଲା, ଦାସୀଗାଁ, କଲମ, ସିକୁଆଁ, ଖମାରପଦର ଭଳି ୭ଟି ଚିକିତ୍ସାଳୟ ଏପ୍ରିଲ ୬ରୁ ବନ୍ଦ ରହିଛି। ଏଥିଯୋଗୁଁ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ହଜାର ହଜାର ଗ୍ରାମାଞ୍ଚଳ ରୋଗୀ ହଇରାଣ ହେଉଛନ୍ତି। ବହୁ ସମୟରେ ହୋମିଓପ୍ୟାଥି ଔଷଧ ଛୁଆ ଓ ମହିଳାମାନଙ୍କୁ ବହୁତ କାମ ଦିଏ। କିନ୍ତୁ ହସ୍ପିଟାଲ ବନ୍ଦ ରହିଥିବା ଯୋଗୁଁ ରୋଗୀ ହଇରାଣ ହେଉଛନ୍ତି। ଏହି ଅଭିଯୋଗ ନେଇ ଉତ୍କେଲା ଅଞ୍ଚଳର ବହୁ ଲୋକ ଲିଖିତ ଭାବରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ଚିକିତ୍ସାଳୟ ଖୋଲିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ଡିଏଚ୍‌ଏମ୍‌ଓ ଡାକ୍ତର ରାଜଲଷ୍ମୀ ବେହେରାଙ୍କୁ ପଚାରିବାରୁ ସରକାରଙ୍କ ନିର୍ଦେଶରେ ଏହି ୭ ଜଣ ଡାକ୍ତର ଗଞ୍ଜାମ ଯାଇଛନ୍ତି, କେବେ ଆସିବେ ସେ ଜାଣି ନାହାନ୍ତି ବୋଲି କହିଥିଲେ।



from ରାଜ୍ୟ – Sambad https://ift.tt/30WKhZk

Post a Comment

0 Comments