ଆଜି ଘରେ ଦିଆଯିବ ଧର୍ମପଦ ପୁରସ୍କାର

ଭୁବନେଶ୍ୱର : ଦୀର୍ଘ ୫ ବର୍ଷର ଘୋଷଣା ପରେ ସୋମବାର ଦିଆଯିବ ଓଡ଼ିଶା ଲଳିତ କଳା ଏକାଡେମିର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’। ଜୁଲାଇ ୩୦ ତାରିଖରେ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ହୋଇଥିଲା। କରୋନା ଯୋଗୁଁ ଉତ୍ସବ ଆୟୋଜନ ସମ୍ଭବ ନଥିବାରୁ ଘରେ ଏହି ପୁରସ୍କାର ପ୍ରଦାନ କରାଯିବ। ୨୦୦୯ରୁ ୨୦୧୫ ମସିହା ମଧ୍ୟରେ ଏହି ପୁରସ୍କାର ଦିଆଯିବା ନେଇ ଘୋଷଣା ହୋଇଥିଲା। ତେବେ ୨୦୧୫ ମସିହା ମେ’ ୧୨ ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା। ମାତ୍ର ଏହାର ୨ ଦିନ ପରେ ଧର୍ମପଦ ପୁରସ୍କାର କାଠଗଡ଼ାକୁ ଚାଲିଗଲା। ଏଥିସହ ୭ ଧର୍ମପଦ ପୁରସ୍କାର ଓ ୧୦ ଜଣ ଏକାଡେମି ପୁରସ୍କାର ବିଜେତା ପୁରସ୍କାର ପାଇବାରୁ ବଞ୍ଚିତ ଥିଲେ। ଦୁଃଖର କଥା ଧର୍ମପଦ ପୁରସ୍କାର ପାଇବାକୁ ମନୋନୀତ ୭ଜଣ ଶିଳ୍ପୀଙ୍କ ମଧ୍ୟରୁ ୩ ଜଣ ଆଉ ଇହଧାମରେ ନାହାନ୍ତି।



from ରାଜ୍ୟ – Sambad https://ift.tt/3fFts9j

Post a Comment

0 Comments