ଆଜିଠୁ ମଞ୍ଜରୀରେ ‘କଥାଞ୍ଜଳି’ ରାମାୟଣ କଥା ବ୍ୟାଖ୍ୟା କରିବେ ପଣ୍ଡିତ ଚାରଣ ରାମଦାସ

ଭୁବନେଶ୍ବର: ପୌରାଣିକ କଥାବସ୍ତୁକୁ ନେଇ ‘ମଞ୍ଜରୀ’ରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଟାରେ ପ୍ରସାରିତ ହେବ ‘କଥାଞ୍ଜଳି’। କାର୍ଯ୍ୟକ୍ରମରେ ପୁରାଣ ବର୍ଣ୍ଣିତ କଥାସାରର ସରଳ ବ୍ୟାଖ୍ୟା ଦେଖିବାକୁ ମିଳିବ। କାର୍ଯ୍ୟକ୍ରମର ପ୍ରଥମ ଭାଗରେ ଦର୍ଶକ ‘ରାମାୟଣ’ର ବ୍ୟାଖ୍ୟା ଉପଭୋଗ କରିବେ। ପଣ୍ଡିତ ଚାରଣ ରାମଦାସ ରୋଚକ ଢଙ୍ଗରେ ଏହା ଭେଟିଦେବେ। ପର୍ଯ୍ୟାୟକ୍ରମେ ଅନ୍ୟ ପୌରାଣିକ କଥାବସ୍ତୁ ପ୍ରସାରିତ ହେବ। ପରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କଥାବସ୍ତୁ ଏବେ ବି ଜନମାନସକୁ ଆହ୍ଲାଦିତ ଓ ପ୍ରେରିତ କରୁଥିବାରୁ କାରଣରୁ ମଞ୍ଜରୀ ପକ୍ଷରୁ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ‘ରାମାୟଣ କଥା’ର ପ୍ରସାର ଯୋଜନା କରାଯାଇଛି। ଉଲ୍ଲେଖଯୋଗ୍ୟ ‘ମଞ୍ଜରୀ’ ଓଡ଼ିଶାର ପ୍ରଥମ ସମ୍ପୂର୍ଣ୍ଣ ଦେୟମୁକ୍ତ ମନୋରଂଜନ ଚ୍ୟାନେଲ୍‌। ଯାହା ସମସ୍ତ ଡିଟିଏଚ୍‌ ଓ ପ୍ରମୁଖ କେବୁଲ୍ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେଉଛି। ମଞ୍ଜରୀରେ ପ୍ରସାରିତ ମେଗା ଧାରାବାହିକ ଓ କମେଡ଼ି ସୋ’ ଦର୍ଶକଙ୍କ ଶ୍ରଦ୍ଧାଭାଜନ ହେଉଥିବା ବ‌େଳେ ‘କଥାଞ୍ଜଳି’କୁ ମଧ୍ୟ ଦର୍ଶକ ପସନ୍ଦ କରିବେ ବୋଲି ବିଶ୍ବାସ।



from ରାଜ୍ୟ – Sambad https://ift.tt/3gDTgmF

Post a Comment

0 Comments