କୋଭିଡ୍ ମୁକାବିଲା ପାଇଁ ୭ ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଗଠନ ହେଲା ଟେକ୍‌ନିକାଲ କମିଟି

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ପ୍ରକ୍ରିୟାମାନ ଆପଣାଉଛନ୍ତି। ଏହି କ୍ରମରେ କରୋନା ମୁକାବିଲା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଏକ ଟେକ୍‌ନିକାଲ କମିଟି ଗଠନ କରିଛନ୍ତି। ରାଜ୍ୟର ୭ଟି ମେଡିକାଲ କଲେଜ ମଧ୍ୟରେ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ, ବୁର୍ଲା ଭୀମସାର, ବଲାଙ୍ଗୀର ବିବି ମେଡିକାଲ କଲେଜ ଓ ହସ୍‌ପିଟାଲ, କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ, ବାଲେଶ୍ୱର ଏଫ୍‌ଏମ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ବାରିପଦା ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲ ରହିଛି।

ସରକାରଙ୍କ ଦ୍ୱାରା ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ଗଠନ କରାଯାଇଥିବା ଏହି ଟେକ୍‌ନିକାଲ ଟିମ୍‌ ୩୦ଟି ଜିଲ୍ଲା ଗସ୍ତ କରି କରୋନା ଚିକିତ୍ସା ବ୍ୟବସ୍ଥା ତଦାରଖ କରିବେ ବୋଲି ସୂଚନା ରହିଛି। ଏଥିସହିତ କୋଭିଡ ଚିକିତ୍ସା ନେଇ ଡାକ୍ତରମାନଙ୍କୁ ଏହି ଟେକ୍‌ନିକାଲ କମିଟି ପରାମର୍ଶ ଦେବେ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ବୁଧବାର ସୂଚନା ଦେଇଛନ୍ତି।



from ରାଜ୍ୟ – Sambad https://ift.tt/34jVogO

Post a Comment

0 Comments