କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ଚେତାବନୀ

ଭୁବନେଶ୍ୱର: ଗତକାଲି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ସକାଳେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଫଳରେ ଆଜି ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ସେହିପରି କଟକ ଓ ଭୁବନେଶ୍ୱରରେ ସକାଳ ୯ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ବର୍ଷା ସମୟରେ ଘଣ୍ଟା ପ୍ରତି ୨୦ରୁ ୩୦ ମିଲିମିଟର ବର୍ଷା ହେବା ସମ୍ଭାବନା ରହିଛି। ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛି। ଏହି ଲଘୁଚାପଜନିତ ବର୍ଷା ଯୋଗୁଁ ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ପୂର୍ବାନୁମାନ କରାଯାଇଛି।

odisha: Heavy rain causes waterlogging in twin city | Bhubaneswar ...
Times of India

ଉତ୍ତର ଉପକୂଳ ଓଡ଼ିଶାର ୯ ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼ ରହିଛି। ଏହି ସବୁ ଜିଲ୍ଲାରେ ବର୍ଷା ଯୋଗୁଁ ଭୂସ୍ଖଳନ, ତଳିଆ ଅଞ୍ଚଳରେ ପାଣି ଜମିବା, କଚ୍ଚା ରାସ୍ତା ଓ ଘର ଭାଙ୍ଗିଯିବାର ଆଶଙ୍କା ରହିଛି। ତେଣୁ ଏନେଇ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଏଥିସହିତ ୧୧ଟି ଜିଲ୍ଲାରେ ସକାଳ ସାଢ଼େ ୧୦ଟା ସୁଦ୍ଧା ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ ଓ ସୁବବର୍ଣ୍ଣପୁର ରହିଛି।

ଅନ୍ୟପଟେ ଲଗାଣ ବର୍ଷା ପରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ମଥାନିଠାରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ବିପଦ ସଙ୍କେତ ୫.୫୦ମିଟର, ଜଳସ୍ତର ୬.୪୨ମିଟର ରହିଛି। ବନ୍ୟା ଆଶଙ୍କାରେ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି। କଟିପୋଲ-ସାନଖୁଡି ରାସ୍ତାରେ ୨ଫୁଟର ପାଣି ଯାଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।



from ରାଜ୍ୟ – Sambad https://ift.tt/3b0ymx8

Post a Comment

0 Comments